Satya Prakash
କବିତା

ଏକ ଅନୁଚିନ୍ତା health is wealth

ଫୁସ୍ ଫୁସ୍ ଚିନ୍ତା କରିବା ଯେବେଟି

ଧୂମ ପାନ ନାହିଁ କର

ହୃଦ୍ ଯନ୍ତ୍ର ଲାଗି ସୁରକ୍ଷା ଜରୁରୀ

ଚର୍ବିଳ ଖାଦ୍ୟଠୁଁ ଦୂର।।

ପାକସ୍ଥଳୀ ସୁସ୍ଥ ହେଲେ ରଖିବାକୁ

ଥଣ୍ଡା ଖାଦ୍ୟ ପରିହାର

କ୍ଷୁଦ୍ର ଯନ୍ତ୍ର ପୁଣ ବୃହତ୍ ଯନ୍ତ୍ର ଲୋଡେ

ଶାବସବଜି ଖାଦ୍ୟର।।

ଅଗ୍ନ୍ୟାଶୟ ଯେଣୁ ସକ୍ରିୟତା ଗୁଣ

ଅତି ଖାଦ୍ୟ ସଦା ତ୍ୟାଜ୍ଯ

ବୃକକ୍ ସକାଶେ ଜଳପାନ ଧ୍ଯାତ

ଶରୀରେ ଅପରିହାର୍ଯ୍ୟ।।

ଅତି ଆବଶ୍ୟକ ଦିବସେ ପ୍ରଚୁର

ସେବନୀୟ ଯେ ପାନୀୟ

ରାତ୍ରିରେ ନାହିଁ ତା’ ଏତେ ପ୍ରୟୋଜନ

ଖାଲି ରଖ ମୁତ୍ରାଶୟ।।

ମସ୍ତିଷ୍କ ସୁସ୍ଥତା ଆମର ବ୍ୟସ୍ତତା

ତହୁଁ ନିଦ୍ରା ଆଠଘଣ୍ଟା

ଭଲମନ୍ଦ ବାଣୀ ଜାଣି ରଖିଥିବା

ନହେଉ ଆମକୁ କଣ୍ଟା।।

 

Related posts

ଆଶୟ

satya

International museum day

satya

କରିଦେ ଲାଘବ

satya

Leave a Comment

Login

X

Register