Satya Prakash
କବିତା

ଜୀବନ ଗଣିତ ବହି jibana ganita bahi

ଜୀବନ ଗଣିତ ବହି
—–by ସତ୍ୟ ପ୍ରକାଶ ସେଠୀ

ଜୀବନଟା ମୋର ଅସାର ହେଲାଣି

ପାଉ ନାହିଁ କାହିଁ ତତ୍ତ୍ଵ
ବାକି ଜୀବନଟା ନିଷ୍ଫଳ ହେବ କି

ଜଣା ନାହିଁ ବିଶେଷତ୍ବ।। 1
ଧରମ ଦୁଆରେ କଷଣ ରହିଛି
ସରିଛି ଯାତନା ଦୁଃଖ
ପାପୀ ଜନେ କିନ୍ତୁ ସାତ ଖୁଣ ମାଫ୍
ଜୀବନେ ଭରଇ ସୁଖ ।।2
ପୁଣ୍ୟ ଜନ ତହୁଁ ପୁଣ୍ଯ ଫଳେ ଆଶେ
ଦେଇଛି ସେ ମାରି ମନ
ଅର୍ଧମୀ ବିଧର୍ମୀ ତେଣୁ ବଳିୟାର
ମାଲାମାଲ ତା’ର ଧନ।। 3
କେଉଁ ଦୁଆରଟି ବାଛିବ ମଣିଷ
ଏ କଥା ଆଗୁ ବିଚାର
ସରଗ ସୁଖ କି ନର୍କ ପୁରୀ କଷ୍ଟ
ଭାବି ହୁଅ ଅଗ୍ରରସ ।। 4
ଏକ ଦୁଆର ତ ସରଗ ପୁରକୁ

ଜଟିଳ ତା’ ରାସ୍ତା ଜାଣ
ଅନ୍ୟ ଦୁଆରଟି ଯମ ଦଣ୍ଡ କଷ୍ଟ

ଭୋଗାଭୋଗ ପରିମାଣ।। 5
ଜୀବନ ବେଦ କି ବିଚିତ୍ର ଦୁରୂହ
ବୁଝା ପଡ଼ୁ ନାହିଁ କିଛି
ବୁଝୁ ବୁଝୁ ଗଲା ସେରକ ପୂରିଣ
କେଉଁ କାଳକ ବା ଅଛି।। 6
ସାରସ୍ଵତଗଣ ବିଚାରକରିବେ

ମୂଢ ମନେ ଦେଲି ଗାଇ

ହେଲେ କେଉଁ ମନ୍ତେ ସମାଧାନ ହେବ
ଜୀବନ ଗଣିତ ବହି? 0

Related posts

ପୃଥିବୀ ସୁରକ୍ଷା ଓ ସ୍ୱାସ୍ଥ୍ୟ ଦିବସ

satya

ଅନ୍ଧାର ଓ ଆଲୁଅ

satya

ଗାନ୍ଧୀ ଜୟନ୍ତୀ Gandhi Jayanti

satya

Leave a Comment

Login

X

Register