Satya Prakash
କବିତା

ଅହମିକା

ଅହମିକା
—by ସତ୍ୟ ପ୍ରକାଶ ସେଠୀ
ସ୍ରୁଷ୍ଟିର ବୈଚିତ୍ର୍ୟ ଏଯାଏଁ ପାରିନି ବୁଝି
ତଥାପି ବୃଥା ଆସ୍ଫାଳନେ ନାହିଁ କାହିଁ କମି
ଅକାଶର କୋଟି କୋଟି ଗ୍ରହ ଉପଗ୍ରହ
କୀଟ ପତଙ୍ଗ ପ୍ରାଣୀ ଓ ଉଦ୍ଭିଦ ଜଗତ
ବାଲି ଗରଡା ନଦ ନଦୀ ପାହାଡ଼ ପର୍ବତ
ଜୀବଠୁଁ ଆରମ୍ଭି ଜଡ ଜଗତ ସମୂହ
ସବୁ କିଛି ସୃଷ୍ଟିର ସେ ଅଦ୍ଭୁତ ବିଚାର
ଯାହାକି ବିଜ୍ଞାନ ଓ ବୈଜ୍ଞାନିକ ପାଇଁ
ଏବେବି ସେ ଅପହଁଚ ଅଗମ୍ଯ ଅଭେଦ୍ୟ
ସୃଷ୍ଟିର ରହସ୍ୟ ଭେଦି ଆଜି କେତେ କ’ଣ
ଆବିଷ୍କୃତ ଉଦ୍ଭାବିତ ତତ୍ତ୍ଵ ଉନ୍ମୋଚିତ
ତଥାପି ଏବେବି ଅନେକ ଅନାବିଷ୍କୃତ
ଅନାବରଣ କରିବାକୁ ପାଇନି ତର
ବିଜ୍ଞାନର ସମସ୍ତ ପରିକ୍ଷା ଶେଷେ ପୁଣି
କେତେ ଅସମ୍ପୁର୍ଣ୍ଣ ଅସଫଳ କାହାଣୀ
ଏଠି ତ ନୂଆ ନୂଆ ପରିକ୍ଷା ଚାଲେ ନିତି
ତଥାପି ସବୁତକ ପରିକ୍ଷାର ମୂଳ ହେତୁ
କାହିଁ ସିଏ ପାଇନି ତ ଏ ଯାବତ୍ ଖୋଜି
ଯେଉଁଠି ବିଜ୍ଞାନର ସବୁ ତତ୍ତ୍ଵ ଅସଫଳ
ବୈଜ୍ଞାନିକର ସବୁ ଚେଷ୍ଟା ହୁଏ ବିଫଳ
ସେଠି ସିଏ ଉର୍ଦ୍ଧକୁ ଦୁଇ ହାତ ଟେକି ଦେଇ
କେଉଁ ଅଦୃଷ୍ଟ ଶକ୍ତି ପରେ କରେ ନିର୍ଭର?
ଆଦିଭୌତିକ ଚେତନାର ଉର୍ଦ୍ଧକୁ ଉଠି
ଅଲକ୍ଷ୍ୟେ ସ୍ୱୀକାର କରେ ନାହିଁ କି ହେ ତା ‘ଶକ୍ତି
ଏତେ ସତେ ଏତେ ଅହମିକା କି ପାଇଁ?

Related posts

ଭୁଲ୍ ଭୂଲିଆ Bhul Bhulaiye

satya

ପଶୁ ଓ ମଣିଷ

satya

ଆମ ଗାଁ ହାଲଚାଲ

satya

Leave a Comment

Login

X

Register