Satya Prakash
କବିତା

ଭିନ୍ନ୍ ଏକ ନୂଆ ଗଢା ସମାଜ

ଭିନ୍ନ୍ ଏକ ନୂଆ ଗଢା ସମାଜ
—-by ସତ୍ୟ ପ୍ରକାଶ ସେଠୀ
ଏଠି ତ ଭିନ୍ନ୍ ଏକ ପରିସ୍ଥିତି
ଭିନ୍ନ୍ ଏକ ନୂଆ ଗଢା ସମାଜ
ସବୁ ସମ୍ପ୍ରତି ଭିନ୍ନ୍ ଏକ ମୋଡ଼
ଗାଁଠୁ ସତେ ଅବା ସହର ଭଲ
କିଏ ବା ଏଠି କାହାକୁ ପଚାରେ

ନିଜ ହୁସିଆରରେ ନିଜେ ଚଳେ
ସଂକୀର୍ଣ୍ଣତା ଅନ୍ଧବିଶ୍ୱାସ ଚଳେନି ଏଠି
ହିଂସା ଦ୍ଵେଷ ପରଶ୍ରୀକାତରତା
ସବୁ ଶିକ୍ଷିତ ମହଲେ ଅଚଳ ହୁଏ
ସବୁ କଥା ଏଠି ଅକଥା ନୁହଁ
ଛୋଟିଆ କଥାକୁ କରେନି କେ ହାଟ
ଯିଏ ଯାହାର ଯେମିତି ପାରିଲା
ସେମିତି ଧନ୍ଦାରେ ସିଏ ଚଳିଲା
ଏଠି ନାହିଁ କାହିଁ ଗାଁ ରାଜନୀତି
ଅଥବା ମୁଖୀଆଙ୍କ କୂଟନୀତି
କେହି କାହାକୁ ତ କରେନି ବାଧ୍ୟ
କରିବାକୁ କିଛି ବା ଜବରଦସ୍ତି
ନୀତି ନିୟମର ଦେଇ କଷଟି
କର୍ମ କରିଣ ନିଜ ଇଚ୍ଛା ମତେ
ରହେଟି ନର ସଦା ପରା ସୁଖେ
ଏଣେ ରାସ୍ତା ଘାଟ ଡାକ୍ତରଖାନା
ସ୍କୁଲ କଲେଜଠୁ ଖେଳ ପଡିଆ
ସବୁ ସୁବିଧା ସୁଯୋଗ ଅଛି ଯେଣୁ
ଶାନ୍ତିରେ ଗଣ୍ଡେ ଖାଇ ଦଣ୍ଡେ ଯିଏଁ
ତହୁଁ ଗ୍ରାମ୍ୟ ସଂସ୍କୃତି ପରମ୍ପରା
ଭୁସୁଡିବା ନୁହଁ କି ସ୍ୱାଭାବିକ।।

Related posts

ନିଃସର୍ତ୍ତ ବନ୍ଧୁତା

satya

କଲମ ବଲମ

satya

କେବଳ ଦେଖନ୍ତି

satya

Leave a Comment

Login

X

Register