Satya Prakash
କବିତା

ଗୀତ ଗୋବିନ୍ଦ ଓ କବି ଜୟଦେବ

ଗୀତ ଗୋବିନ୍ଦର ରଚୟିତା ପରା
ଓଡ଼ିଶାର ଜୟଦେବ
ଯାହାଙ୍କର ଲାଗି ପାଳିତ ହେଉଛି
ଆଜିର ଜନ୍ମ୍ ଉତ୍ସବ।। 1
ବାସ୍ତରୀଟି ଶ୍ଲୋକେ ବାରଟି ଆଧାୟେ
ମହା କାବ୍ୟଟିଯେ ଲେଖା
ଯହିଁ ରହିଅଛି ଚବିଶଟି ଗୀତ
ଅଷ୍ଟପଦୀ ପଦ ସଂଖ୍ୟା।। 2
ଅଷ୍ଟ ନାୟିକାଙ୍କ ବର୍ଣନା ବି ଅଛି
ତେଣୁ ତ ଅଷ୍ଟକ ଭଣେ
ଓଡ଼ିଶୀ ସଙ୍ଗୀତ ନୃତ୍ୟ କଳାର ତ
ମୂଳପିଣ୍ଡ ତାକୁ ଜାଣେ।। 3
ସଂସ୍କୃତ ଭାଷାରେ ଏହି ମହା ଗ୍ରନ୍ଥ
ଓଡ଼ିଆ ପୁଅଙ୍କ କୃତ
ଧନ୍ଯ ତୁମେ କବି ଧନ୍ଯ ଜୟଦେବ
କଲ ଯେ ଗୌରବାନ୍ୱିତ।। 4
କେନ୍ଦୁଲି ଶାସନେ ପିତା ଭୋଜଦେବ
ମା ରମାଦେବୀଠୁଁ ଜନ୍ମି
କୁମାର ପାଟକେ ପାଠ ପଢ଼ା କଲ
ବିଶ୍ବେ ଲଭିଲ ପ୍ରସିଦ୍ଧି।। 5
ତୁମ ବିରଚନା ସକାଶେ ଏ ଜାତି
ବିଶ୍ବେ ପାଏ ପରିଚୟ
ଯେଉଁ ସଂରଚନା ଉତ୍କଳର ରାଜା

ଜଗନ୍ନାଥଙ୍କର ପ୍ରିୟ।। 0

Related posts

ଧନ୍ୟ ତା’ ଊର୍ଜଃ

satya

ହେ!

satya

ପରାମର୍ଶ

satya

Leave a Comment

Login

X

Register