Satya Prakash
କବିତା

ଦାଢପଣ

ଦାଢପଣ
——–by ସତ୍ୟ ପ୍ରକାଶ ସେଠୀ
ଆଜି ସରକାରୀ ଦପ୍ତରର ପିଅନଠୁଁ
ରାସ୍ତାକଡର ଭିକାରୀ ଯାଏଁ ଖୋଜେ ଟଙ୍କା
ଦଶ ପଚାଶ ଟଙ୍କାକର ଉତ୍କୋଚଟିଏ
ସାମନ୍ୟରୁ ଅତି ସାମାନ୍ୟ କାମ ସକାଶେ
ଦିନ ଦ୍ଵିପ୍ରହରରେ ଏଠି ବଳାତ୍କାର
ଛୁଆଚୋରି ରାହାଜାନି ଘୋର ବିପର୍ଯ୍ୟୟ
କାହିଁ ଆଗେ ଏମିତି ତ କିଛି ସେ ନଥିଲା
ଏ କି କଳିକାଳ ସାମାଜିକ ଅବକ୍ଷୟ
ମାନସିକତାର ଅଦ୍ଭୁତ ପରିବର୍ତ୍ତନ
ପ୍ରକୃତି ପ୍ରାଦୁର୍ଭାବ ଜୈବବିଭିଦତା
କାରଣ ଯାହା ବି ହେଉ ଖୋଜେ ନା ଜମା
ନାହିଁ ତେଣୁ ନିରାକରଣର ଉପାୟଟା
ସମସ୍ତେ ମିଳିମିଶି ତ ଏତେ ଚିନ୍ତା କରୁଛେ
ହେଲେ ଅସୁବିଧା ଆଉ ରହିଲା କେଉଁଠି
ମୋ ଭାବନାର ତ ସୀମା ସରହଦ ନାହିଁ
ବୁଝି ପାରୁ ନାହିଁ ବୋଲି ଏଡିକି ଆବେଗ
ଆପଣଙ୍କୁ ଅନିଷା ଖୋଜିବାକୁ ଉତ୍ତର
ଦିନେ ହିଟଲର଼ ଲେଖିଦେଲେ କହିଦେଲେ
କେଡ଼େ ଆଲୋଡନ ନ ହେଲା ସତେ
ପୁଣି ଜ୍ୟୋତି ବସୁଙ୍କ କହିବାକୁ ଡରି
ବିଧାନ ରାୟ କୋଡ଼ିଏ ପ୍ଲାଟୁନ୍ ପୋଲିସ
ରଖୁଥିଲେ ଆଗୁଆ ଯେ ମୁତୟନ କରି
କାଳେ ସଭାସ୍ଥଳେ ଦଙ୍ଗା ବିଘଟନ କିଛି
ହେଲେ ଆପଣ କିଆଁ ଏକବାର ନିଶ୍ଚୁପ୍
କଲମେ ନାହିଁ କି ଦାଢପଣ ସେତେ ଶକ୍ତି
ସ୍ଫୁରୁନି କିଆଁ ମୁଖେ ସ୍ପଷ୍ଟ ଉଦ୍ଗାତ ଧୋନୀ?

Related posts

ଅମ୍ବ ଆମ୍ବଡା

satya

ଭଲ ପାଇବାଟି ବଳୀ

satya

ଏମ୍ ଓ ୟୁ MOU

satya

2 comments

oprolevorter 9th August 2019 at 3:00 am

I like the helpful info you supply to your articles. I will bookmark your blog and check again here regularly. I am moderately certain I’ll be told many new stuff right right here! Best of luck for the following!

Reply
our site 21st January 2020 at 3:11 am

You actually make it seem so easy along with your presentation but I find this topic to be actually one thing that I think I’d by no means understand. It seems too complex and extremely extensive for me. I am looking ahead on your next submit, I will try to get the cling of it!

Reply

Leave a Comment

Login

X

Register