Satya Prakash
କବିତା

ସେହି ମୁହୂର୍ତ୍ତ

ମୁଁ ଚାହେଁ ଜିଇଁବାକୁ ପୁଣି ଥରେ ସେହି ମୁହୂର୍ତ୍ତ
ଯେଉଁ ମୁହୂର୍ତ୍ତକୁ ଛାଡିଥିଲି ଦିନେ କେଉଁ ମୁହୂର୍ତ୍ତରୁ
ଯେଉଁ ମୁହୂର୍ତ୍ତରେ ଟିକି ପିଲା ହୋଇ ବୁଲୁଥିଲି
ଗାଁ ମଝି ଦାଣ୍ଡେ……
ଧୂଳିଘର ବୋଉ ବୋଉକା ଖେଳ ଖେଳୁଥିଲି ଆଉ
ଡୁଡୁ ଖପରା ଡିଆଁ ଗୁଳଡିଆଁ ବାଗୁଡ଼ି ଖେଳ
ତା’ରି ଭିତରେ ଜୀବନର ଖୁସି କେତେଟା ଗଣୁଥିଲି
ସ୍ମୃତି ଭାଲ ପଟେ ଉଇଁକି ଉଠେ….
ମୋ ଚେତନାଟା ହଜାଇ ଖୋଜି ବୁଲେ ଆହା
କି ବଢିଆ? ସୁନ୍ଦର ସେ ସ୍ମୃତି…
ସ୍ମୃତି ବିଜଡ଼ିତ ପ୍ରତିଟି ମୁହୂର୍ତ୍ତ ଭାରି ଭଲ ଲାଗେ
ଏମିତି ପଛକୁ ହଟକି….
ଆଉ ଥରେ ଯାଆନ୍ତି କି ଲଟକି….

Related posts

ଫନି

satya

ଜୀବ ବିଭିଦତା

satya

ଶ୍ରଦ୍ଧା ସୁମନର ପାତ୍ର

satya

Leave a Comment

Login

X

Register