Satya Prakash
Uncategorised

ଦୂର ଶିକ୍ଷା ଦିବସ

ଦୂର ଶିକ୍ଷା ଦିବସ
Distance learning day
31.8 20
By ସତ୍ୟ ପ୍ରକାଶ ସେଠୀ
ଦୂର ଶିକ୍ଷା ଏକ ନୂତନ ବ୍ୟବସ୍ଥା
ଶିକ୍ଷା ଶ୍ରେଣୀ ଗୃହ ବିନା
ପରମ୍ପରାଗତ ଶିକ୍ଷାଠାରୁ ଭିନ୍ନ୍
ଭିନ୍ନ୍ ଯେ ପରିକଳ୍ପନା।।
ଦୂର ଭାଷା ପରେ ଦୂର ଶିକ୍ଷା ପରା
ସ୍ଵାଗତଯୋଗ୍ୟ ବ୍ୟବସ୍ଥା
ଯେଉଁଥିରେ ଆମେ ଦୂରୁ ରହି ମଧ୍ଯ ଆହରଣ କରେ ଶିକ୍ଷା।।
ଅନେକଙ୍କ ଭାଗ୍ୟେ ଜୁଟେ ନାହିଁ ପାଠ
ଶିକ୍ଷାରୁ ହୁଅନ୍ତି ବଞ୍ଚିତ
ପାରନ୍ତିନି ଯାଇ ଯେଣୁ ପଢିବାକୁ
ସ୍ଵକାର୍ଯ୍ୟ କାରଣଗତ ।।
ଜ୍ଞାନ ବିଜ୍ଞାନର ଭୂୟସୀ ପ୍ରସଂଶା
ପ୍ରଯୁକ୍ତି ଜ୍ଞାନ ବିକାଶ
ଯାହା କି ଏ ଦିଗେ ସମ୍ଭବ କରିଛି
ଦେଇ ଗୋଟେ ଅବକାଶ।।
କୋଭିଡ଼ ପରିକା ସଙ୍ଗିନୀ କାଳରେ
ସବୁ କିଛି ଅଧା ଗଢା
ଏତେବେଳେ କିନ୍ତୁ ଗୁରୁତ୍ଵ ବଢ଼ାଏ
ଅନ୍ ଲାଇନ୍ ପାଠ ପଢା।।

Related posts

ଇଚ୍ଛାମୟୀ

satya

ୟାସ୍

satya

ରଜ ସଜବାଜ

satya

Leave a Comment

Login

X

Register