Satya Prakash
Uncategorised

ଦାନ ପୁଣ୍ଯ

ଦାନ ପୁଣ୍ୟ
Charity day 5th Sept
By ସତ୍ୟ ପ୍ରକାଶ ସେଠୀ
ଦାନ ଠାରୁ ପୁଣ୍ଯ କର୍ମ ନାହିଁ କିଛି
ଦାନର ମହତ୍ତ୍ୱ ପରା
ରୁଗ୍ ବେଦ ଠାରୁ ପୁରାଣ ଗ୍ରନ୍ଥରେ
ରହିଛି ବର୍ଣ୍ଣନା ଭରା।।
ନଥିଲା ବାଲାକୁ ସାହାଯ୍ୟ କରିବା
ମନୋବୃତ୍ତି ଥିଲେ ହେଲା
ଏକଥା ଭାବୁନି ସାହାଯ୍ୟ କରୁନି
ନିଷ୍କରୁଣ ପାଲଟିଲା।।
ଦାତବ୍ୟାନୁଷ୍ଠାନ ଗଢି ଉଠେ କେତେ
ଲାଭ ପାଏ ନାହିଁ ଲୋକ
ମତଲବୀବାଜ ଫାଇଦା ନେଉଛି
ଶୋଷିଣ ଖାଉଛି ଜୋକ।।
ଗୋଟେ ପଟେ ଯଦି ହା ଅନ୍ନ ଚିତ୍କାର
ଶୁଣି ଉଦାସୀନ କେତେ
ଦରିଦ୍ର ଜନତା ଉପଚାର କରି
ରୁହ ନିଜ ଇଚ୍ଛା ମତେ।।
ଭୋକ ଉପବାସେ ନମରୁ ମାନବ
ସଂକଳ୍ପ ନେବାରେ ସହି
ନୋହିଲେ ମରିବେ କେତେ ଯେ ବୁଭୁକ୍ଷୁ
ରୋକି ପାରିବେନି କେହି ।।

Related posts

ଆୟେନ୍ଦା

satya

କବିତା ଓ ଦିବସ

satya

କାନ୍ତକବି ଲକ୍ଷ୍ମୀକାନ୍ତ

satya

Leave a Comment

Login

X

Register