Satya Prakash
Uncategorised

ନଦୀ ଦିବସ

ବିଶ୍ଵ ନଦୀ ଦିବସ
Last Sunday Sept
By ସତ୍ୟ ପ୍ରକାଶ ସେଠୀ
ନଦୀ ସଭ୍ୟତାଟି ପ୍ରାଚୀନତମ ଯେ
ସଭ୍ୟତାର ଅଭ୍ୟୁଦୟ
ସମ୍ଭବ ଥିଲା ସେ ନଦୀ କୂଳେ ଦିନେ
ଏବେ ସିନା ଯତ୍ର ତତ୍ର। ।
ନଦନଦୀ ଭରା ଭାରତ ଭୂଖଣ୍ଡ
ପୃଥିବୀର ତିନି ଭାଗ
ଜଳ ଭାଗ ଦ୍ଵାରା ପରିବେଷ୍ଟିତ ଯେ
ଏକ ଭାଗ ଯା’ ଭୂଭାଗ।।
ଉନ୍ମେଷ ବିକାଶ ପର୍ବେ ସଭ୍ଯତାର
ନଦୀ ହିଁ ହୋଇଛି ସାଥି
କଳ କାରଖାନା ଗଢିଛି ତା କୂଳେ
ସାକ୍ଷ୍ୟ ଦିଏ ପରା ନଥି।।
ନଦୀ ସ୍ରୋତସ୍ଵିନୀ ନଦୀ ହିଁ ଜୀବନ
ମାନବ ଜାତିର ମିତ୍ର
ନୌ ବାଣିଜ୍ୟ ହେଉ ଅବା କୃଷି କ୍ଷେତ୍ର
ଭୂମିକା ତା ଅନବଦ୍ୟ।।
ନଦୀ କେବେ ଆଣେ ବନ୍ୟା ବିତ୍ପାତ
ଯେବେ ସେ ପ୍ରଳୟଙ୍କାରୀ
ଅନ୍ୟଥା ସର୍ବଦା ଉପଯୋଗୀ ହୁଏ

ସାଜେ ପ୍ରାଣୀ ହିତକାରୀ।।

Related posts

ଭି. ଜେ. ଡେ

satya

କୂଅମୂଳ

satya

ଲବି

satya

Leave a Comment

Login

X

Register