ଅନ୍ୟ ପାଇଁ ମଙ୍ଗଳ ବିଧାନ ପ୍ରଚେଷ୍ଟାରୁ
ମିଳଇ ପୁରସ୍କାର ଦୁଃଖ
ସେହି ଦୁଃଖକୁ ଅଙ୍ଗୀକାର କର ବା ନ କର
ଝରେ କି ଝରଣା ସୁଖର? 1
ଦୁଃଖର ସେଇ ଅତି ଭୀଷଣତାକୁ ତୁମେ
ସହ୍ୟ କରି ପାର ବା ନ କରି ପାର
କୁବ୍ଜ ପାଲଟିଗଲେ ବା ସେଥିରେ
ଯାଏ ଆସେ କେତେ ଆମର।।2
ଯେଣୁ କାଳର କବଳେ ରହିବ କେବଳ
ତୁମ ଯଶ କୀର୍ତ୍ତି ଗୌରବ
ଅମର ଚିତ୍ତାର ଅଲିଭା ଗାରରେ ଲେଖା
ହେବ ତୁମ ପ୍ରଶସ୍ତି ଗାନ।। 3
ଅବା ପୁଣି ଗଢ଼ା ହେବ ତୁମ ମୃତ୍ୟୁ ଶେଷେ
କେବା ସେ ସ୍ମୃତି ମନ୍ଦିର
ଏଇ ମାତ୍ର କେଇ ଠୋପା ରକ୍ତ ପ୍ରତିଦାନ
ହୋଇ ଗଲା କିରେ ସେ ବଡ଼? 4
ସେଦିନ ସିନା ଦାନବୀର ରାଜା ହରିଶ୍ଚନ୍ଦ୍ର
ସବୁ ଦେଇ ସବୁ ସହି
ସ୍ବଶରୀରରେ ସପରିବାରେ ଯାଇଥିଲେ
ସ୍ଵର୍ଗେ ଲଭି ପ୍ରାପ୍ତି ସ୍ୱୀକୃତି।। 5
ଆଜ କିନ୍ତୁ ହେ ମହାତ୍ମାମାନେ! ଏ ମାନବ
ଦେବ ତୁମେ ନୂତନ କିଛି
ଜୀବେ ତା’ ବଡ଼ ଦୟା ମୁଖେ ଅସ୍ପଷ୍ଟ ଧ୍ବନି
ଯେଣୁ ରଖ ଜୀବନ ବାଜି।। 6
କହେ ଶରୀର ଭାରା ବୋହି ବେଙ୍ଗୁଲୀ ପରି
ଡେଇଁ ଡେଇଁ ଯିବ କିଆଁ
ବିନା ଶ୍ରମେ ଆତ୍ମାକୁ ଅନ୍ଧକାର କୁକ୍ଷି ଚିରି
ପହଞ୍ଚାଇବ ଠିକଣା ଯାଗା।। 7
ଗଡ଼ ସେ ମାନଙ୍କ ପ୍ରୟାସରେ ଦୁଃଖ କଷ୍ଟ
ସକଳ ଯାତନାର ଲାଗି
ମହାତ୍ମର ପାଇଁ ସତେ କେଡ଼େ ଉପହାର
ଏ କଥା ଆୟେନ୍ଦା କହିବ ।।