Satya Prakash
କବିତା

National anti terrorism day

ସକଳ ଦୁନିଆ ବ୍ୟାଧିଗ୍ରସ୍ତ ଆଜି
ସନ୍ତ୍ରାସବାଦ ଜହରେ
ଯେଉଁଠି ଶୁଣିବ ସେଠି ତ ତାଣ୍ଡବ
ନିଷ୍ଠୁରତା ପଣେ ଡରେ।। 0
ସନ୍ତ୍ରାସବାଦର ଜାତି ଧର୍ମ ନାହିଁ
ମଣିଷପଣିଆ ଶୂନ୍
ବିନାସ୍କାରଣରେ ଧ୍ବଂସ ଲୀଳା ରଚେ
ଯାହା ମାନବତାହୀନ।। 1
ସମୟ ଆସନ୍ନ ମୂଳୋତ୍ପାଟନର
ୟାଙ୍କ ବିରୁଦ୍ଧରେ ଲଢ଼
ସମୂଳେ ବିନାଶ କରି ଏ ବର୍ଗର
ନୂତନ ପୃଥିବୀ ଗଢ଼।। 2
ଉତ୍ସାହିତ କରେ ଯେଉଁ ଦେଶ ତାଙ୍କୁ
ଏକଘରକିଆ କର
ନିଆଁ ପାଣି ସବୁ ବନ୍ଦ ହୋଇଗଲେ
ବଳେ ଠିକି ଯିବେ ଚୋର।। 3
ସନ୍ତ୍ରାସବାଦୀ ଯେ ନୁହଇଁ କାହାରି
ମିତ୍ର ଅବା ହିତକାରୀ
ମିଥ୍ୟା ଦ୍ୱାହି ଦେଇ ଧର୍ମ ଜାତି ନାଁରେ
ଏମାନେ ଠକନ୍ତି ଭାରି।। 4

Related posts

ନିରର୍ଥକିଆ ପ୍ରଶ୍ନଟାଏ

satya

ଆନ୍ତର୍ଜତୀୟ ଅଗ୍ନିଶମ ଦିବସ

satya

ନିସ୍ତାର କାହିଁ

satya

Leave a Comment

Login

X

Register