Satya Prakash
କବିତା

Nutrition day

Nutrition day-1st Sept
By ସତ୍ୟ ପ୍ରକାଶ ସେଠୀ

ଦାରିଦ୍ର୍ଯର କରାଳ ଛାୟା ଯେ
ମନରେ ଭରିଛି ଚିନ୍ତା
କେବେ ସେ ହଟିବ ଶାନ୍ତି ବିରାଜିବ
ପାଉ ନାହିଁ ଆଦି ଅନ୍ତ।।
ଭୋକ ଉପବାସେ ସଢୁଛି ଜନତା
ଉପାୟ ପାଉନି ଖୋଜି
ପୃଷ୍ଟିକର ଅବା ପୋଷକ ଭୋଜନ
ନାହିଁ ତା’ର ଭାଗ୍ୟେ ଆଜି।।
ସୁଷମ ଖାଦ୍ୟର ସୁଷମ ବଣ୍ଟନ
ଅତ୍ୟାବଶ୍ୟକତା ବିଶେଷ
ସବୁରି ବିକାଶ କଲେ ସିନା ହେବ
ସପୋଷଣୀୟ ବିକାଶ।।
ଜାତି ଓ ଦେଶର ବିକାଶ ସାଧନ ହେଉ କି ନହେଉ କାହିଁ
ଖାଦ୍ୟାଭାବରେ ନମରନ୍ତୁ କେହି
ଆଜିର ସଂକଳ୍ପ ଏହି।।

Related posts

ଲକ୍ଷ୍ମୀ ପୂଜା

satya

ପଶୁ ଓ ମଣିଷ

satya

ପୋଖରୀ ଓ ତଟିନୀ

satya

Leave a Comment

Login

X

Register