Satya Prakash
Uncategorised

ଦିଅଁଙ୍କୁ ମୁଁ ଦେଖି ନାହିଁ

ଈଶ୍ୱରଙ୍କୁ ମୁଁ ଦେଖିଛି
—–by ସତ୍ୟ ପ୍ରକାଶ ସେଠୀ
ମୁଁ ହିନ୍ଦୁ ନୂହେଁ କିବା ମୁସଲମାନ୍
ଖ୍ରୀଷ୍ଟିୟାନ ଜୈନ ବୌଦ୍ଧ
ନାହିଁ ମୋର ଘର ନାହିଁ ମୋର ଦ୍ଵାର
ପରିଚୟ ନୂହେଁ ଗୁପ୍ତ।।
ମାନବ ସେବା ହିଁ ମାଧବର ସେବା
ତାହା ହିଁ ତ ମୁଁ କରିଛି
ଦିଅଁ ଦେବତାଙ୍କୁ ମାନେ କି ନ ମାନେ
ତୁମକୁ ତ ମୁଁ ପୂଜିଛି।।
ଦିଅଁଙ୍କୁ ଦେଖିନି ପୂଜା ମୁଁ କରେନି
ଦିଅଁଙ୍କ ସ୍ଥାନ ଯାଏନି
ତୁମକୁ ଦେଖିଛି ସେବା ମୁଁ କରିଛି
ସେବା ଧର୍ମ କର୍ମ ମାନି।।
ମୁଁ କେଉଁ ଗୋଷ୍ଠୀର କ’ଣ ମୋର ଧର୍ମ
କାହିଁ କେବେ ମୁଁ କହି ନାହିଁ
ତୁମେ କହିବ ନା ମୁଁ ତାହା କହିବି
ଅଧର୍ମ ମୁଁ କରି ନାହିଁ।

Related posts

ନ୍ୟୁଡ ଭିଡିଓ

satya

ଆନ୍ତର୍ଜାତୀୟ ଗଣତନ୍ତ୍ର ଦିବସ

satya

ରାଜନୀତି

satya

Leave a Comment

Login

X

Register