Satya Prakash
କବିତା

ଗାଁ ମାମଲତକାର

ଆମ ଗାଁ ମାମଲତକାର ଟିକେ

ଧୋବଧୋବଲିଆ ପଇସା ଚୋର

ବାଡ଼ି କଖରୁକୁ ଅନିସା ତା’ର

ଟଙ୍କା ଶହେକେ ମୁଣ୍ଡ ବିକ୍ରି ହୁଏ

ଅଣ୍ଟା ଚାରିପଟେ  ଟଙ୍କା ନଥିଲେ

ଗରୀବ ବାପୁଡ଼ା ବୁଡ଼ିକି ମରେ

କଳାକୁ ଧଳାରେ ଓସ୍ତାଦି ଦେଖ

ଧର୍ମ ଅଧର୍ମ କାହିଁକି ସେ ତିଳେ?

ଆଇନ୍ କାନୁନ ଜାବୁଡ଼ି ଧରେ

ଗୋଳେଇ ପୋଳେଇ ଫାଇଦା ନିଏ

ଲାଞ୍ଚୁଆ, ମିଛୁଆ ଖଚୁଆ ପରା

କଥା ଦୋହରାଇ ହଁ ମାରିବାକୁ

ରଖିଛି ବୁକୁଚା ବୁହା ଚାମଚା

ଗାଁ ନିଶାପରେ ସେ ଆଗ ଡ଼କରା

ଆଇନର ମଙ୍ଗ ଯୁଆଡ଼େ ମୋଡ଼େ

ନ୍ୟାୟ ଅନ୍ଧ ଯେ ସିୟାଡ଼େ ମୁହାଁଏ

ଏ ତ ଆମ ଗାଁ ମାମଲତକାର

କରାମତି ହେ ଏଥୁଁ ଅତିରିକ୍ତେ

ଆଉ କେତେ ମତେ ସେ କହିବି ଯେ

__________________________________

ଗାଆଁ ଠୁ ଏବେ ସହର ଭଲ

“” “” “” “” “” “” “” “” “” “” “” “” “” ”

ଗାଆଁ ଠୁ ଏବେ ସହର ଭଲ

ଏଠି ତ ପରିସ୍ଥିତି ଭିନ୍ନ ଏକ

ଭିନ୍ନ ଏକ ନୂଆ ଗଢା ସମାଜ

ସବୁ ସଂପ୍ରତି ଭିନ୍ନ ଏକ ମୋଡ଼ ।

ଗାଁଠୁ ଏବେ ସହର ଭଲ ସତେ

କିଏ ବା ଏଠି କାହାକୁ ପଚାରେ

ନିଜ ହୁସିଆରରେ ନିଜେ ଚଳେ ।

ଚଳେନି ସଂକୀର୍ଣ୍ଣତା, ଅନ୍ଧବିଶ୍ୱାସ

ପରଶ୍ରୀ କାତରତା, ହିଂସା, ଦ୍ୱେଷ

ଶିକ୍ଷିତ ମହଲେ ହୁଏ ଅଚଳ  ।

ସବୁ କଥା ଏଠି ନୁହେଁ ଅକଥା

ହୁଏନି ସେ ହାଟ ଛୋଟିଆ କଥା ।

ଯିଏ ଯାହାର ଯେମିତି ପାରିଲା

ସେମିତି ପ୍ରକାରେ ଧନ୍ଦେ ଚଳିଲା ।

ଏଠି ନାହିଁ କାହିଁ ଗାଁ ରାଜନୀତି

ଅଥବା ମୁଖିଆଙ୍କ କୁଟନୀତି ।

କେହି କାହାକୁ ତ ବାଧ୍ୟ କରେନି

କରିବାକୁ ଯବରଦସ୍ତି କିଛି

ଦେଇ ନୀତି ନିୟମର କଷଟି ।

କର୍ମ କରିଣ ନିଜ ଇଚ୍ଛା ମତେ

ନରେ ସଦା ରହେ ମଣିଟି ସୁଖେ ।

ଏଠି ରାସ୍ତା ଘାଟ ଡ଼ାକ୍ତରଖାନା,

ସ୍କୁଲ କଲେଜଠୁଁ ଖେଳପଡ଼ିଆ

ସବୁ ସୁବିଧା ସୁଯୋଗ ଅଛି ଯେଣୁ

ଶାନ୍ତିରେ ଗଣ୍ଡେ ଖାଇ ଦଣ୍ଡେ ଜୀଏଁ ।

ତହୁଁ ଗ୍ରାମ୍ୟ ସଂସ୍କୃତି ପରଂପରା

ଭୂଷୁଡ଼ିବା ନୁହେଁକି ସ୍ୱାଭାବିକ ?

Related posts

ମୁଁ ସିନା ବସିଛି…

satya

ଷୋହଳ ବୟସୀ

satya

ଜାତୀୟ ଡାକ ସେବା ଦିବସ

satya

Leave a Comment

Login

X

Register