Satya Prakash
କବିତା

ବୁଦ୍ଧି

ବୁଦ୍ଧି
—by ସତ୍ୟ ପ୍ରକାଶ ସେଠୀ
ସିଗାରେଟ୍ କ୍ଷତିକର ସ୍ୱାସ୍ଥ୍ୟ ପକ୍ଷେ
ସତର୍କତା ଅବଲମ୍ବନ ବିଧାନେ
ଲେଖା ହୋଇଛି ଗୋଟେ ଏଡୁ ଅକ୍ଷରେ
ଗାଳି ନୁହଁ ସେ ଯେ ଅଧିକ ପ୍ରସାରେ
ସାମଗ୍ରୀ ପ୍ରଚାରେ ଖାଉଟି ଆକର୍ଷେ
ପ୍ରଛନ୍ନ ମତଲବ ବଢିଆ ବୁଝେ
ପଣ୍ଡିତ ବୁଝାକୁ ଓଲୁଅ ସିଝା ଯେ
ନଟାଣିଲା ଲୋକ ଆଭିଜାତ୍ୟପଣେ
ସ୍ମାରକୀ ମଣେ ହାତେ ଲମ୍ବାଟେ ଧରେ
ନିଶ ତଳେ ଦିଏଟି ଚାପି ଗର୍ବେ
ଅନାବଦ୍ଯ ଭୂମିକାଟି ଛଳନାଟି ପୁଣେ
ସେଇଟା ହିଁ ଜାଣ ଦୁଃଖ ସର୍ବୋପରେ
ପ୍ରତ୍ୟୁତ୍ପନ୍ନ ମସ୍ତିଷ୍କକୁ ନରଖି ଧ୍ୟାନେ
ପ୍ରତାରଣେ ପ୍ରତାରିତ ହେବା ତୟେ
ଜୀବନଟା ସଂଗ୍ରାମ ବଞ୍ଚିବା ଶିଖେ
ବିଦ୍ୟା ବୁଦ୍ଧି ଆହୃତ ଜ୍ଞାନ ଯେ
ପ୍ରାୟୋଗିକ ଜ୍ଞାନ ଯେଣୁ ସେ ଯେ
ପ୍ରୟୋଗଶାଳାରେ ପ୍ରୟୋଗ ତା ଶିଖେ।।

Related posts

ପ୍ରଣାମୀ

satya

କାକଟପୁର ବାସିନୀ

satya

ନିତି ପ୍ରଣତୀ

satya

Leave a Comment

Login

X

Register