Satya Prakash
କବିତା

ବନ୍ୟା ବିଭୀଷିକା kerala flood

ବନ୍ୟା ସତେ କେତେ ଦାରୁଣ ହୁଏଟି

କେରଳ ତା ‘ମୂକ ସାକ୍ଷୀ

ନିରନ୍ନ ଜନତା ବାସହରା ଆଜି

ଶରଣାପନ୍ନ ପ୍ରାୟଟି ।।

ପ୍ରକୃତି ବେଭାର ଦୁରୂହ ବେପାର

ଅଦ୍ଭୁତ ସୃଷ୍ଟି ରହସ୍ୟ

ଛାର ମାନବରେ ସେ କଥା କାହିଁ ଯେ

ହୁଏନା ସହଜେ ବୋଧ୍ୟ।।

ସୃଷ୍ଟି ଲୀଳା କିଏ ପାରିବ ସେ କଳି

କେତେବେଳେ କେଉଁ ରୂପ

ମଣିଷ ପାରେନା ସହଜେ ସେ ଜାଣି

ଏହିକି ସେ ମୀନ ରୂପ?

ହୃଦ ବିଦାରିତ ଦେଖି ବନ୍ୟା କଷ୍ଟ

ଜର୍ଜରିତ ଯନ୍ତ୍ରଣାରେ

ଏ କି ହେଲା କେହ୍ନେ ପ୍ରକୃତି ଏମନ୍ତ

ନିଷ୍ଠୁର ସେ କି କାରଣେ ?

କେମିତି ବର୍ଣ୍ଣିବି ବାକ୍ ରୁଦ୍ଧ ପରା

ଓଷ୍ଠେ ଏତେ ଭାଷା ନାହିଁ

ଦେଖି ଦେଖି ଦୁଃଖ କଷଣ ଯାତନା

ହୃଦ ମୋର ଯାଏ ଫାଟି।।

ଆଗେଇ ଆସ ହେ ସ୍ଵେଚ୍ଛାସେବୀଗଣ

କେରଳର ତ ଆଶୟ

ତୁମ ସହଯୋଗ ହାତ ଲମ୍ବା ହେଲେ

ଲାଘବ ପରା ତା ‘ଦୁଃଖ।।

 

 

 

Related posts

ପ୍ରଣାମୀ

satya

ବିଦେଶଗତାଙ୍କୁ କହିବା କି ପଦେ

satya

ରଣ ଭୂଇଁ

satya

Leave a Comment

Login

X

Register