Satya Prakash
କବିତା

ଗଙ୍ଗ ଶିଉଳୀ

ଗଙ୍ଗ ଶିଉଳୀ ଯେ ଫିଲ୍ମଟିର ନାଆଁ
ସନ୍ଧ୍ୟାକୁ ନିକୁଟି ହସେ
ଚହଟାଏ ବାସ ଚଉଦ୍ଦିଗ ଯାଏଁ
ସକାଳୁ ମଉଳୀ ଯାଏ।। 1
କେଡ଼େ ସୁନ୍ଦର ସେ ଟିକି ଫୁଲ ହାସ
ମନଟି ମୋହି ତ ନିଏ
କାହାର ନଜର ଲାଗି ଗଲା କି ସେ
ଏମିତି କାହିଁକି ହୁଏ? 2
ସବୁ ଗୁଣଗ୍ରାହୀ ଗୁଣିକ ଜନ କି
ଏମିତି ଅକାଳେ ଝଡ଼େ
ଝର ଝର ହୋଇ ଝରିଯାଏ ଅବା
ନୟନରୁ ଅଶ୍ରୁ ବନ୍ଦେ।। 3
ସେଦିନ ଏମିତି ଗାନ୍ଧୀ ଗୋପବନ୍ଧୁ
ଯାଇଥିଲେ ପରା ଛାଡ଼ି
ଆଜି ପୁଣି ତୁମେ ଯାଉଛ ଅଟଳ
ସନ୍ତାପିତ ଆମେ କରି।। 4
ନିର୍ବିବାକ ଚିତ୍ତେ ସବୁ ନେତା ଝୁରେ
ତୁମ କଥା ମନେ ଭାଳି
କେମିତି ଏମିତି ଜଡ଼ ପାଲଟିଲ
ଆମକୁ ଗଲ କି ଭୂଲି।। 5

Related posts

ଭଗ୍ନାଂଶ

satya

ସ୍ମୃତି

satya

ମୁଁ – କିଏ ଏକ ପ୍ରଶ୍ନବାଚୀ ?

satya

Leave a Comment

Login

X

Register