Satya Prakash
କବିତା

ମୁକ୍ତି ଗଙ୍ଗା

ମୋ ଏ ଜୀବନରେ ସମସ୍ତ ଔଦ୍ଧତ୍ୟ 

ଗର୍ବ  ଭାଙ୍ଗି ଗଲା ପରେ

ମୁଁ ଯେ ନିରୁପାୟ ଉପାୟଟି ଶୂନ୍ୟ

ଶରଣାପନ୍ନ ମୁଁ ତୋରେ।। 1

ମାଇଲେ ମାରିବୁ ରଖିଲେ ରଖିବୁ

ତୁଇ ମୋର ଶେଷ ଆଶା

କାହାରେ ଲୋଡ଼ିବି ଆଶ୍ରୟ ମୁଁ କେଣେ

ପାଉନି ସାହା ଭରସା।। 2

ତୁହି ମୋର ଗତି ମୁକ୍ତି ତ୍ରାଣକର୍ତ୍ତା

ତୋତେ ଧରି ବାହି ନେବି

ଏ ଭବ ସାଗରୁ ଜୀବନ ତରୀ ମୋ

ମୁକ୍ତି ଗଙ୍ଗାରେ ମିଶିବି।। 0

Related posts

ଦୁର୍ଗତିନାଶିନୀ durgatinadini

satya

ବୁଦ୍ଧି

satya

ପ୍ରେରଣାର ଉତ୍ସ

satya

Leave a Comment

Login

X

Register